ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

You are currently viewing ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

ଅନୁଗୁଳ: ମାଟି ଆଉ ମଣିଷର ସମ୍ପର୍କ ବହୁତ ପୁରୁଣା। ଏଣୁ ଆଜି ବି ପ୍ରତିଟି ଘର କରଣା ସାମଗ୍ରୀରେ ମାଟି ବ୍ୟବହୃତ ହେଉଛି। ଏବେ ଭିନ୍ନ ପରିଚୟ ପାଇଛି ମାଟି। ନୂଆ ରୂପରେ ସଜେଇ ହୋଇଛି ମାଟି। ନାଁ ପାଇଛି ଟେରାକୋଟା। ଟେରାକୋଟା ମାଧ୍ୟମରେ ଶିଳ୍ପୀଙ୍କର ନିଖୁଣ କଳାରେ ଜୀବନ୍ତ ହୋଇଛି ମାଟି। ଆଉ ଏହି ଟେରାକୋଟା କାମ ହିଁ ଅନୁଗୁଳ ଜିଲ୍ଲା କାଣ୍ଡସର କୁମ୍ଭାର ସାହିର ମହିଳାଙ୍କୁ ଦେଇଛି ନୂଆ ପରିଚୟ।

ଏଠାରେ ବିବାହ ପରେ ମହିଳାମାନେ ଗୃହିଣୀ ଭାବରେ ଜୀବନ ଅତିବାହିତ କରିଥିଲେ। କିନ୍ତୁ ସ୍ଵୟଂ ସହାୟକ ଗୋଷ୍ଠୀରେ ଯୋଗ ଦେବା ଫଳରେ ସେମାନଙ୍କର ଏକ ନୂତନ ଚିନ୍ତାଧାରା ଜାଗ୍ରତ ହେବା ସହ କିଭଳି ସ୍ବାବଲମ୍ବୀ ହୋଇ ପାରିବେ ସେ ବିଷୟରେ ଚିନ୍ତା କରିଥିଲେ। ପରେ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ପ୍ରୋତ୍ସାହନ କ୍ରମେ କାଣ୍ଡସର କୁମ୍ଭାର ସାହିର ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ମହାତ୍ମାଗାନ୍ଧୀ ଏସ.ଏଚ.ଜି ଓ ମା’ ଭବାନୀ ଏସ.ଏଚ.ଜି ଟେରାକୋଟା କାର୍ଯ୍ଯର ପ୍ରଶିକ୍ଷଣ ନେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ତିରିଶ ଜଣ ମହିଳାଙ୍କୁ ଦୁଇ ଜଣ ପ୍ରଶିକ୍ଷକ ଟ୍ରେନିଂ ଦେଉଛନ୍ତି। ଛଅ ମାସର ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ମହିଳାଙ୍କୁ ମାସିକ ଏକ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ମିଳୁଛି। ଫଳରେ ମହିଳାମାନେ ସ୍ୱୟଂ ସଂପୂର୍ଣ୍ଣା ହୋଇଥିବା କହିଛନ୍ତି।

Share

Leave a Reply