ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ବୁଧବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ଧାନ ଖଳାରୁ ଧୂଆଁ ବାହାରୁ ଥିବାର ଦେଖି ଝାଟୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ବର୍ଷକର ଅମଳ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଣୁ ଏବେ ଝାଟୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି।