ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଘରର ସବୁ ଆସବାବ ପତ୍ର

You are currently viewing ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଘରର ସବୁ ଆସବାବ ପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗାଁର ବୃନ୍ଦାବନ ବେହେରାଙ୍କ ଘରେ ଆଜି ନିଆଁ ଲାଗି ସମସ୍ତ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଛି।

ସୂଚନା ଅନୁସାରେ, ଆଜି ଭୋର ୪ଟା ରେ ଘରେ ସମସ୍ତେ ଶୋଇଥିବା ବେଳେ ବୃନ୍ଦାବନ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଘରେ ଥିବା ଦୁଇଟି ସାଇକେଲ, ସମସ୍ତ ଖାଦ୍ୟ ସାମଗ୍ରୀ ଓ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଅନ୍ୟପଟେ ବୃନ୍ଦାବନଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ତାଙ୍କୁ ସହାୟତା ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

Share

Leave a Reply