ଅନୁଗୁଳ: ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ ।
ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ। ଯାହାକୁ ନେଇ ସାମ୍ବାଦିକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ କେନ୍ଦ୍ର କରି ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଗୁଳ “ସକାଳ” କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ସାମ୍ବାଦିକ ଶୁଭ୍ର ରଞ୍ଜନ ଦାସ , ଭିକାରୀ ମହାନ୍ତି , ସୁଜିତ୍ କୁମାର ପଟ୍ଟନାୟକ , ପ୍ରତାପ ବିଶ୍ଵାଳ , ଦୁର୍ଗା ପ୍ରସାଦ ସ୍ୱାଇଁ , ରାକେଶ କୁମାର ସାମଲ , ରାଜେନ୍ଦ୍ର ପ୍ରଧାନ , କାମଦେବ ଦେହୁରୀ , ପ୍ରବୀଣ କୁମାର ପ୍ରଧାନ , ଜଗନ୍ନାଥ ଅଗ୍ରୱାଲ , ବିଜୟ ମହାପାତ୍ର , ପ୍ରମୋଦ ଗଡ଼ନାୟକ , ଅଖିଳ କୁମାର ମହାପାତ୍ର , କମଳାକାନ୍ତ ମିଶ୍ର , ସୌରଭ ମିଶ୍ର , ସଞ୍ଜୟ ଦାସ , ଜିତେନ୍ଦ୍ର କୁମାର ବେହେରା , ବୁଦ୍ଧଦେବ ବେହେରା , ରଞ୍ଜନ କୁମାର ପ୍ରଧାନ , ଦେବଦତ୍ତ ସାହୁ , ସୁବାସ ଚନ୍ଦ୍ର ମହାନ୍ତି , ପ୍ରଦୀପ ପ୍ରଧାନ , ଅଲେଖ ଭୂତିଆ , ଗଗନ କୁମାର ରାଉତ , ଚିତ୍ତରଞ୍ଜନ ପାଣି , ତ୍ରିଲୋଚନ ସ୍ବାଇଁ , ବିରଜା ପ୍ରସନ୍ନ ପଟ୍ଟନାୟକ , ସୌମିତ୍ର ସେନାପତି , ରବୀନ୍ଦ୍ର ସେଠ୍ , କଲ୍ୟାଣୀ ସାମଲ , ସମରେଶ ନାଥ , ପତିତ ପାବନ ସାହୁ , ଅନିଲ ପ୍ରଧାନ, ଅମିତ ମୋଦି,ଶୁଭ୍ରାଂଶୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକଙ୍କ ପାଇଁ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ , ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ , ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।