୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କଟକକୁ ହରାଇ ୨-୧ ଗୋଲରେ ବିଜୟୀ ହେଲା ବେଲପାହାଡ଼

You are currently viewing ୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କଟକକୁ ହରାଇ ୨-୧ ଗୋଲରେ ବିଜୟୀ ହେଲା ବେଲପାହାଡ଼

ଅନୁଗୁଳ: ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକାରୀ ଜଗମୋହନ ମୀନା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବା ସହିତ ଟ୍ରଫି ଉନ୍ମୋଚନ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ କୋଲକାତା ସମେତ ରାଜ୍ୟର ୮ ଟି ଟିମ୍ ଭାଗ ନେଇଛନ୍ତି। ଉଦଘାଟନୀ ମ୍ୟାଚ୍ କଟକର ଚାନ୍ଦ କ୍ଲବ ଓ ବେଲପାହାଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ଯାଚରେ ବେଲପାହାଡ଼ ଟିମ୍ ୨-୧ ଗୋଲରେ ବିଜୟ ଲାଭ କରିଥିଲା।

ଉଦଘାଟନୀ ମ୍ୟାଚରେ ତୁରଙ୍ଗ ଆଥଲେଟିକ ଆସୋସିଏସନର ସଭାପତି ପବିତ୍ର ମୋହନ ଦାସ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ତୁରଙ୍ଗ ସରପଞ୍ଚସମରେନ୍ଦ୍ର ଦେହୁରୀ, ସମିତି ସଭ୍ୟ ସରୋଜ ପଣ୍ଡା, ପୂର୍ବତନ ୨୬ ନଂ ଜୋନ ଜିଲ୍ଲା ପରିଷଦ ସନ୍ତୋଷ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply