ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ ଜରିମାନା ନିର୍ଦ୍ଦେଶ

You are currently viewing ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ ଜରିମାନା ନିର୍ଦ୍ଦେଶ
Law Judge Gavel And Legality Symbol

ଅନୁଗୁଳ: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ଓ ଛାଡିଦେଇଥିବା ଅଭିଯୋଗରେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ତଥା ଫାଷ୍ଟ ଟ୍ରାକ ଜଜ ବିରଞ୍ଚି ନାରାୟଣ ମିଶ୍ର ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଦେବଗଡ଼ ଅଞ୍ଚଳର ଶକ୍ତି ନାଏକ(୨୧) ଅନୁଗୁଳ ପ୍ରଗତି ନଗରରେ ପିଉସୀ ଘରେ ରହୁଥିଲେ। ସେହି ସମୟରେ ସେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ସେ ଗତ ୧୯. ୫. ୨୦୨୨ରେ ତାକୁ ନିଜ ଗାଁ ଦେବଗଡ଼ କଲଗାଁକୁ ନେଇଯାଇଥିଲା। ସେଠାରେ ତିନି ଦିନ ରଖି ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା। ସେଠାରୁ ୨. ୬. ୨୦୨୨ଦିନ ନାବାଳିକାକୁ ଆଣି ପ୍ରଗତିନଗର ନିଜ ପିଉସୀ ଘରେ ରଖିଥିଲା ଏବଂ ଏକ ବେଲ ଗଛ ମୂଳେ ବରଣ ମାଳ ଦେଇ ବିବାହ କରିଥିଲା। ପିଉସୀ ଘରେ ୧୦ ଦିନ ରଖିବା ପରେ କିଛି ନ ଜଣାଇ ଶକ୍ତି ଗତ ୧୨.୦୬.୨୦୨୨ଦିନ ନାବାଳିକାକୁ ଛାଡି ନିଜ ଘର ଦେବଗଡ଼କୁ ପଳାଇଥିଲା।ଏ ନେଇ ସମ୍ପୃକ୍ତା ନାବାଳିକା ୧୪.୦୬.୨୦୨୨ରେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲା।

ଏହି ଅଭିଯୋଗ ଆଧାରରେ ସଦର ଥାନା ପୋଲିସ ଦଫା ୩୭୬(୩)/୩୭୬(୨)(ଏନ )ଆଇପିସି ଏବଂ ଭି ଡ଼ବ୍ଲୁ. ସେକ୍ସନ ୬ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଶକ୍ତି ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ଶକ୍ତି ନାଏକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଥିବା ଜଣାଯାଇଛି। ଏଥିସହ ପୀଡିତା ନାବାଳିକାକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରୁଥିଲେ।

Share

Leave a Reply