ଭିଜିଲାନ୍ସ ଜାଲରେ ଫସିଲେ ଅମିନ

0

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅମିନ ସୌମ୍ୟ ରଞ୍ଜନ ଦାସ। ଶୁକ୍ରବାର ସୌମ୍ୟରଞ୍ଜନ ଅଭିଯୋଗକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସର ଏକ ଟିମ ତାଙ୍କୁ ଧରି ନେଇଥିଲେ। ନିଜକୁ ସଚ୍ଚୋଟ ଦେଖାଇବାକୁ ସେ ଲାଞ୍ଚ ଟଙ୍କା ପାଇଖାନାକୁ ଫୋପାଡି ଦେଇଥିଲେ। ହେଲେ ଭିଜିଲାନ୍ସ ହାବୁଡ଼ରୁ ବର୍ତି ପାରିନଥିଲେ। ସୁଇପର୍ ଡକାଇ ଟଙ୍କା ଉଧାର କରାଯାଇଥିଲା। ସୂଚନା ମୁତାବକ, କଣିହାଁ ତେଲିସିଂହା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନିଜର ଜମି ଚିହ୍ନଟ କରିବା ପାଇଁ ଆରଆଇ ଅଫିସରେ ଆବେଦନ କରିଥିଲେ। କାର୍ଯ୍ୟାଳୟକୁ ଧାଇଁ ଧାଇଁ ମଧ୍ୟ ତାଙ୍କର କାମ ହୋଇନଥିଲା ।ଅମିନ ସୌମ୍ୟରଞ୍ଜନ ତାଙ୍କୁ ଲାଞ୍ଚ ମାଗୁଥିବାରୁ ସେ ଭିଜିଲାନ୍ସାର ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!