ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଗିର୍ଜାଗୁଡିକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରୀ କରିଛି। ୩ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୋଭିଡ ନିୟମାବଳୀ ଆଧାରରେ ଖୋଲା ରହିବ ବୋଲି ଗୁରୁବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣଙ୍କ ପାଇଁ ଧାର୍ମିକ ଅନୁଷ୍ଠାନ, ପୂଜା ସ୍ଥଳୀ ଓ ଅନ୍ୟ ଉପଯୁକ୍ତ ସ୍ଥାନ ଗୁଡିକର ବାହାରେ କୋଭିଡ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ପ୍ରଦର୍ଶିତ କରାଯିବ। ଧାର୍ମିକ ଅନୁଷ୍ଠାନକୁ ଯିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ପ୍ରବେଶକୁ ବାରଣ କରାଯାଇଛି। ସାମାଜିକ ଓ ଶାରିରୀକ ଦୂରତା, ପ୍ରବେଶ ପଥରେ ନିୟମିତ ହାତ ଧୋଇବାର ବ୍ୟବସ୍ଥା ରହିବ, ଦର୍ଶନ ନିମନ୍ତେ ଜନସାଧାରଣଙ୍କୁ ଗୋଟିଏ ବ୍ୟାଚ ପରେ ଆଉ ଗୋଟିଏ ବ୍ୟାଚକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ବ୍ୟାଚରେ କେତେ ଲୋକ ରହିବେ ତାହା ସ୍ଥାନୀୟ ପରିଚାଳନା କମିଟି ସ୍ଥିର କରିବ। ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଥରକେ ୫୦ ଜଣ ଦର୍ଶନାର୍ଥୀଙ୍କୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଇଛି। ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ପାଇଁ ୨୦ ଜଣ ଲେଖାଏଁ ଦର୍ଶନାର୍ଥୀକୁ ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ମନ୍ଦିର ପ୍ରବେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖୁବାକୁ ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଭାରାପ୍ରାପ୍ତ ଥାନା ଅଧିକାରୀମାନଙ୍କୁ ଆବଶ୍ୟକ ପୋଲିସ ମୃତୟନ ନିମନ୍ତେ ଜଣାଇ ଦିଆଯାଇଛି। ଛେପ ପକାଇବା ଉପରେ ବାରଣ କରାଯାଇଛି। ୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ବହୁବିଧ ରୋଗରେ ପିଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ପିଲାମାନଙ୍କ ସୁରକ୍ଷା ନିମନ୍ତେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରାଯାଇଛି।
ଦେବାଳୟ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶନାମା
- Post published:September 2, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul