ଆଠମଲ୍ଲିକ : ଆଠମଲ୍ଲିକ ସିଭିଲ କୋର୍ଟରେ ଶନିବାର ନୂତନ ସବଜଜ (ସିଭିଲଜଜ ସିନିଅର ଡିଭିଜନ) ଭାବେ ଶୁଭଙ୍କର ମିଶ୍ର ଯୋଗ ଦେଇଛନ୍ତି। ଏ ଅବସରରେ ଆଠମଲ୍ଲିକ ଓକିଲସଙ୍ଘ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।
ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ପ୍ରକୋଷ୍ଠରେ ଓକିଲସଙ୍ଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, ଉପସଭାପତି ଉଗ୍ରସେନ ସେଠୀ, କୋଷାଧ୍ୟକ୍ଷ ବିଶ୍ୱସୁନ୍ଦର ଶତପଥୀଙ୍କ ସମେତ ବହୁ ଆଇନଜୀବୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସବଜଜଙ୍କୁ ସ୍ୱାଗତ କରିଥିଲେ।
ଆଗକୁ ବାର ଓ ବେଞ୍ଚ ମଧ୍ୟରେ ସୁସମ୍ପର୍କ ବଜାୟ ରହିବ ବୋଲି ସଂଘ ଆଶା ପ୍ରକାଶ କରିଛି।