ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ବଳୁଅକଟା ପଂଚାୟତର ଶାବଳଭଙ୍ଗା ଗାଁର ଜଣେ ମହିଳା ଏହି ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକର ପାଟି, ନାକ ନଥିବା ବେଳେ ଗୋଟିଏ ଆଖୁ, ଶରୀରର ଅଧିକାଂଶ ସ୍ଥାନରେ ଲୋମ ଥିବା ସହ ମୁଣ୍ଡ ଉପରେ ଏକ ମାଂସ ପିଣ୍ଡୁଳା ରହିଥିଲା। ପରିବାର ଲୋକ ଓ ସ୍ଥାନୀୟ ଆଶା କର୍ମୀ ମା ଓ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଶିଶୁଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ଅଦ୍ଭୁତ ଶିଶୁପୁତ୍ର ଜନ୍ମ
- Post published:July 22, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
