ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣିଥରେ ବାଜି ମାରି ନେଇଛି ବିଜେଡି। ଚଳିତ ନିର୍ବାଚନରେ ଜିଲ୍ଲାର ୮ଟି ଯାକ ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡି ହାତେଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ଶଙ୍ଖ ଧ୍ୱନି ବାଜିଛି ଓ ବିଜେଡି ବିପୁଳ ସଂଖ୍ୟାରେ ସମର୍ଥନ ପାଇଛି। ଜିଲ୍ଲାର ଅନୁଗୁଳ ବ୍ଲକରେ ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକରେ ବିଜୟ କୁମାର ନାଥ, ଆଠମଲ୍ଲିକ ବ୍ଲକରେ ଦୁଃଶାସନ ରାଉଳ, କିଶୋରନଗରରେ ସୈରେନ୍ଦ୍ରି ପ୍ରଧାନ, କଣିହାଁରେ ରାମକୃଷ୍ଣ ପ୍ରଧାନ, ତାଳଚେରରେ ହେମଲତା ମହାନ୍ତି ଓ ପାଳଲହଡ଼ାରେ ରୀନା ରାଣୀ ନାଏକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡିର କାର୍ଯ୍ୟଦକ୍ଷତା ଯୋଗୁ ଦଳ ବିଜୟୀ ହୋଇଛି। ଏଣୁ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ, ବିଜେଡି ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲାର ସମସ୍ତ ବିଧାୟକ ପ୍ରମୁଖ ବିଜୟୀ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଆଗକୁ ଭଲ କାମ କରି ନିଜକୁ ପ୍ରମାଣିତ କରିବାକୁ ପରାମର୍ଶ ଦେଇଛନ୍ତି।
୮ଟି ଯାକ ବ୍ଲକ୍ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି
- Post published:March 12, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
