ଅନୁଗୁଳ: ଅନୁଗୁଳ ସହରର ତାମରିଟ କଲୋନୀରେ ନିଜର ୫ ବର୍ଷର ଝିଅର ମୁଣ୍ଡକୁ ପନିକିରେ ହାଣିବା ଅଭିଯୋଗରେ ପୁଲିସ ବାପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର ମୁନା ନାଏକ ସପରିବାର ଅନୁଗୁଳ ସହରର ତାମରିଟ କଲୋନୀରେ ରୁହନ୍ତି। ଶୁକ୍ରବାର ମୁନାଙ୍କ ସ୍ତ୍ରୀ ଲିଲି ଅସୁସ୍ଥ ଥିବାରୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅପରାହ୍ନରେ ମୁନା ମଦ୍ୟପାନକରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ଲିଲିଙ୍କ ପାଖରେ ଥିବା ତାଙ୍କ ବଡ଼ ଝିଅଙ୍କୁ ସେଠାରୁ ବାହାରକରି ଘରକୁ ଆସିଥିଲେ। କୌଣସି ଗଣ୍ଡଗୋଳର ଆଶଂକା କରି ଲିଲି ମଧ୍ୟ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ମୁନା ଏକ ଗାମୁଛାରେ ତାଙ୍କ ବଡ଼ଝିଅର ବେକକୁ ଗୁଡ଼ାଇ ମାଡ଼ ମାରୁଥିଲେ। ଏହା ଦେଖି ଲିଲି ପାଟି କରି ବଡ଼ ଝିଅକୁ ଉଦ୍ଧାର କରିଥିଲେ। ତେବେ ମଦ ନିଶାରେ ଚୁର ଥିବା ମୁନା ଏକ ପନିକି ଧରି ତାଙ୍କ ୫ ବର୍ଷର ଝିଅକୁ ଗୋଡ଼ାଇଥିଲା। ଏହି ପାଟିଗୋଳ ଶୁଣି ଘର ମାଲିକାଣୀ ପୁଷ୍ପାଞ୍ଜଳୀ ସୋନାପତି ମୁନାଙ୍କୁ ବାରଣ କରିବାରୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲା। ଏହାପରେ ସାନଝିଅର ମୁଣ୍ଡକୁ ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ପୁଷ୍ପାଞ୍ଜଳୀ ଓ ସାନଝିଅଙ୍କୁ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଲିଲି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ମୁନାଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରାଯାଇଛି।
ଶିଶୁ କନ୍ୟାଙ୍କୁ ପନିକିରେ ହାଣି ବାପ ଗିରଫ
- Post published:June 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul
You Might Also Like

ଏଗାର ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଗଣଧାରଣା: ଧାରଣାସ୍ଥଳରେ ପାଳିଲେ ସାଧାରଣତନ୍ତ୍ର ଦିବସ

ଅନୁଗୁଳରେ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟର ଦେଲେ ସୂଚନା
