ଅନୁଗୁଳ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟରର ଟିଜର ରିଲିଜ କରାଯାଇଛି। ଏହାର ନାଁ ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ରହିବ ବୋଲି ଆଶା କରାଯାଉଛି। ଏହି ଟିଜରରେ ଏଲଇଡି ହେଡଲାଇଟ୍ କୁ ଜଳାଇ ଏକ ଅତ୍ୟାଧୁନିକ ଏବଂ ଡିଜାଇନର ସ୍କୁଟରକୁ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ନଭେମ୍ବର ୨୭ ରେ ଅଫିସିଆଲି ଏହି ଦୁଇ ଚକିଆ ଯାନ ଲଞ୍ଚ୍ ହୋଇପାରେ। ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରରେ ହୋଣ୍ଡାର ଏହା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ। ହୋଣ୍ଡାର ଏହି ଆଗାମୀ ବୈଦ୍ୟୁତିକ ଗାଡ଼ି ସେଇ ପୁରୁଣା ବିଶ୍ୱାସ, କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟ ହେବ ବୋଲି ଆଶା କରୁଛନ୍ତି ଗ୍ରାହକ।
ସାମ୍ନାକୁ ଆସିଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରଥମ ଝଲକ, କମ୍ପାନୀ ରିଲିଜ କଲା ଟିଜର
