ଏଣିକି ସହଜରେ ରାସନ ଚାଉଳ ପାଇବେ ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

You are currently viewing ଏଣିକି ସହଜରେ ରାସନ ଚାଉଳ ପାଇବେ ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍। ଭୁବନେଶ୍ବର ମଞ୍ଚେଶ୍ବରରେ ଆଜି ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଖୋଲିଛି। ଏହି ଚାଉଳ ଏଟିଏମ ମାଧ୍ୟମରେ ଗରିବ ଲୋକଙ୍କୁ ରାସନ ଚାଉଳ ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍ ଉଦ୍‌ଘାଟନ କରିଛନ୍ତି।

ଚାଉଳ ଏଟିଏମରେ ଚାଉଳ ଉଠାଇବାକୁ ହେଲେ ପ୍ରଥମେ ହିତାଧିକାରୀମାନଙ୍କୁ ଚାଉଳ ଏଟିଏମ କାର୍ଡ ଦିଆଯିବ। ମେସିନରେ କାର୍ଡ ନମ୍ବର ମାରିଲେ ଏଟିଏମରୁ ଚାଉଳ ବାହାରିବ। ଏହି ଯୋଜନା ସଫଳ ହେଲେ ଧୀରେ ଧୀରେ ସବୁ ଜିଲ୍ଲା ଓ ବ୍ଲକ୍‌ରେ ଚାଉଳ ଏଟିଏମ ଖୋଲିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସମସ୍ତ ରାସନ କାର୍ଡଧାରୀମାନେ ପ୍ରଥମେ ଚାଉଳ ଏଟିଏମରେ ନିଜର ଆଧାର କାର୍ଡ ନମ୍ବର ଏବଂ ରାସନ କାର୍ଡରେ ଉଲ୍ଲେଖ କରାଯାଇଥିବା ନମ୍ବର ପ୍ରବେଶ କରିବାକୁ ପଡିବ। ଏହା ପରେ ବ୍ୟାଗକୁ ଏଟିଏମର ଯେଉଁଠି ଚାଉଳ ବାହାରିବା ସେଠାରେ ରଖିବାକୁ ପଡିବ। ଏହା ପରେ ଆପଣଙ୍କୁ ଚାଉଳ ମିଳିବ। ସବୁ ଜିଲ୍ଲାର ହିତାଧିକାରୀ ମଧ୍ୟ ଏହି ଏଟିଏମ୍‌ରୁ ଚାଉଳ ନେଇପାରିବେ। ଏହା ଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ। ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ। ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share

Leave a Reply