ମାଈ ହାତୀ ପେଟରେ ଏକାଧିକ କଣା, ଆଜି ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରାଇବ ବନ ବିଭାଗ

You are currently viewing ମାଈ ହାତୀ ପେଟରେ ଏକାଧିକ କଣା, ଆଜି ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରାଇବ ବନ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଛି। ପ୍ରାୟ ୪୦ ବର୍ଷ ବୟସ୍କ ଏହି ହାତୀ ପେଟରେ ଏକାଧିକ କଣା ହୋଇଛି। ବନ ବିଭାଗ ଏହି ଅସୁସ୍ଥ ହାତୀକୁ ଠାବ କରିବା ପରେ ଚିକିତ୍ସା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ହାତୀଟି ପାହାଡ଼ ଉପରକୁ ପଳାଇବାରୁ ତାର ଚିକିତ୍ସା ସମ୍ଭବ ହୋଇ ପାରିନାହିଁ।

ଗୁରୁତର ହାତୀଟି ହାତୀଧରା ଜଙ୍ଗଲରେ ରହିଛି। ତାକୁ ଆଜି ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯିବ ବୋଲି ଆଠମଲ୍ଲିକ ଡିଏଫ୍‌ଓ ଆନନ୍ଦ ଏସ. ପ୍ରକାଶ କରିଛନ୍ତି। ତେବେ ହାତୀ ପେଟରେ ଏତେ କଣା କେମିତି ହେଲା ତାହାକୁ ନେଇ ଦ୍ବନ୍ଦ୍ୱ ଉପୁଜିଛି।

Share

Leave a Reply