ତାଳଚେର ଥର୍ମାଲ ପକ୍ଷରୁ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ଉଦଘାଟିତ

You are currently viewing ତାଳଚେର ଥର୍ମାଲ ପକ୍ଷରୁ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ଉଦଘାଟିତ

ତାଳଚେର: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବାଳିକା ସଶକ୍ତିକରଣ ମିଶନ-୨୦୨୨ କାର୍ଯ୍ୟଶାଳା। ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟଶାଳାକୁ ଭାରପ୍ରାପ୍ତ ଇଡି କେ. ଏସ. ରାଓ ଉଦଘାଟନ କରିଥିଲେ। ଗତ ଶୁକ୍ରବାର ଠାରୁ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁନ ୧୬ ଯାଏଁ ଚାଲିବ। କାର୍ଯ୍ୟକ୍ରମରେ ତାଳଚେର ଥର୍ମାଲ ପାରିପାର୍ଶ୍ବିକ ସରକାରୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨୦ ଜଣ ବାଳିକାଙ୍କୁ ଚାରି ସପ୍ତାହ ଯାଏଁ ଟ୍ରେନିଂ ଦିଆଯିବ।

କାର୍ଯ୍ୟକ୍ରମରେ ସାଗରିକା ମହିଳା କ୍ଲବର ପ୍ରେସିଡେଣ୍ଟ ସ୍ବର୍ଣ୍ଣଲତା ରାଓଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ପ୍ରଫୁଲ୍ଲ ବାରିକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଏନଟିପିସି ତାଳଚେର ଥର୍ମାଲର ଅଧିକାରୀ ଓ ୟୁନିଅନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply