ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ

You are currently viewing ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଶଶାଙ୍କ ଶେଖର ପାଣି ସଭାପତିତ୍ବ କରିଥିଲେ। କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ। ଆବାହକ ବ୍ୟୋମକେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ସମ୍ପାଦକ ପ୍ରଭାତ କୁମାର ରଥଙ୍କ ଦ୍ବାରା ରଚିତ ଶ୍ରୀମଦ୍ ଭଗବତ ଗୀତାମୃତ ପୁସ୍ତକ ଡ଼ଃ ରବିନାରାୟଣ ପଣ୍ଡାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଆସନ୍ତା ଜୁନ୍ ମାସ ୨୬ ତାରିଖରେ ମହାସଂଘର ଅଷ୍ଟାଦଶ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ବୈଠକରେ ସନ୍ତୋଷ କୁମାର ମିଶ୍ର, ଅଜୟ କୁମାର ତ୍ରିପାଠୀ, ରଞ୍ଜନ କୁମାର କର, ଗୁଣାକର ଶତପଥୀ, ବିପିନ କୁମାର ମିଶ୍ର, ଅଶୋକ କୁମାର କର, ମନୋଜ କୁମାର ମହାପାତ୍ର, ନୃସିଂହଚରଣ ମିଶ୍ରଙ୍କ ସମେତ ଆଞ୍ଚଳିକ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

Share

Leave a Reply