ଅନୁଗୋଳ: ଅମଲାପଡା ସ୍ଥିତ ୬ଷ୍ଠ ଲେନ୍ ରେ ଥିବା “ଗୁରୁକୁଳ କ୍ଲାସେସ୍” କୋଚିଙ୍ଗ ସେଣ୍ଟରର ୪ର୍ଥ ପ୍ରତିଷ୍ଠା ଦିବସ ସହିତ ପାଳନ କରାଯାଇଛି। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନ କେକ୍ କାଟି ଦିବସ ଉତ୍ସବର ଶୁଭାରମ୍ଭ କରି କହିଲେ ଯେ, ‘ଛାତ୍ର-ଛାତ୍ରୀ ଓ ଅଭିଭାବକଙ୍କ ଭଲପାଇବା ଯୋଗୁଁ ହିଁ ଆଜି “ଗୁରୁକୁଳ କ୍ଲାସେସ୍” ସଫଳତାର ସହ ୪ ବର୍ଷ ପୂରଣ କରିପାରିଛି’। ଅନୁଷ୍ଠାନର ପରିଚାଳକ ଘନଶ୍ୟାମ ପାଳ ପ୍ରତିଷ୍ଠା ଦିବସର ମହତ୍ତ୍ୱ ଏବଂ ଗୁରୁକୁଳ କ୍ଲାସେସ୍ ର ଉନ୍ନତ ଶୈକ୍ଷିକ ବାତାବରଣ ଉପରେ ଆଲୋକପାତ କରିଥିଲେ।
ସେ କହିଲେ, “ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାକୁ କେବେ ଛାଡି ପାରିବା ନାହିଁ”। ଏହି ମନ୍ତବ୍ୟକୁ ପାଥେୟ କରି ଅନୁଷ୍ଠାନର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ସମସ୍ତଙ୍କୁ ମୁଗ୍ଧ କରିଥିଲା। ଶେଷରେ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ-ଅଭିଭାବିକା, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।











