ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକ କରୋନାରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି। ସତ୍ୟଭାମା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୯ ମସିହାଠାରୁ ସତ୍ୟଭାମା ଅନୁଷ୍ଠାନ ସହ ଜଡିତ ଥିଲେ। ମା ଭଳି ଶିଶୁମାନଙ୍କୁ ଯତ୍ନ ସୁରକ୍ଷା ତଥା ସେବା ଯୋଗାଇ ଆସୁଥିଲେ। ସମସ୍ତଙ୍କର ଆପଣାର ଥିଲେ | ସତ୍ୟଭାମାଙ୍କ ଦେହାନ୍ତରେ ଅନୁଷ୍ଠାନର ଅନ୍ତେବାସୀଙ୍କମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସତ୍ୟଭାମା ଜଣେ ନିଷ୍ଠାପର କର୍ମଠ ସେବିକା ଥିଲେ ।
ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ
- Post published:May 24, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul