ଅନୁଗୁଳ: ଅବସର ନେବା ପରେ ଶିକ୍ଷକ ମାନଙ୍କୁ ପେନସନ, ଗ୍ରାଚୁଇଟି ତଥା ଅନ୍ୟାନ୍ୟ ପ୍ରାପ୍ୟ ଯାହା ସେମାନଙ୍କୁ ମିଳିବା କଥା ମିଳୁନାହିଁ। ଅବସର ନେବାର ଦୀର୍ଘ ଦିନପରେ ସୁଦ୍ଧା ଏହି ଅବସରପ୍ରାପ୍ତ ଶିକ୍ଷକ ମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ନୟାନ୍ତ ହେଉଛନ୍ତି। ଏଭଳି ଏକ ଅଭିଯୋଗ ଉପରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ବନରପାଳ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ରାଜେଶ୍ ରୋସନ୍ ଦାସଙ୍କୁ ଗତ ସୋମବାର ନିଲମ୍ବନ କରିଛନ୍ତି। ବାରମ୍ବାର ଚେତାବନୀ ସତ୍ତ୍ୱେ ଶ୍ରୀ ସାହୁ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ପ୍ରାପ୍ୟ କାଗଜପତ୍ର କରିବାରେ ଅବହେଳା କରି ଆସୁଥିଲେ। ଏଥି ସହିତ ବ୍ଲକ ଶିକ୍ଷା ଅଧିକାରୀ ଡି. ଖୁଣ୍ଟିଆଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ କିରାଣୀ ନିଲମ୍ବିତ
- Post published:April 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
