ଗାଈ ଗୋଠ ଉପରେ ବଜ୍ରପାତ, ଘଟଣାସ୍ଥଳରେ ଛଟପଟ ହୋଇ ଚାଲିଗଲା ୧୩ ଗୋରୁଙ୍କ ଜୀବନ

You are currently viewing ଗାଈ ଗୋଠ ଉପରେ ବଜ୍ରପାତ, ଘଟଣାସ୍ଥଳରେ ଛଟପଟ ହୋଇ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ପାଳଲହଡ଼ା: ପାଳଲହଡ଼ା ବ୍ଲକ ବନ୍ଧାଭୂଇଁ ପଞ୍ଚାୟତ ପଟାମୁଣ୍ଡ ଗ୍ରାମ ଚାଉରିଆ ସାହି ଗୋରୁ ଗୋଠ ଉପରେ ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୩ଟି ଗାଈଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଗୋରୁ ଚରାଳି ଗାଈଙ୍କୁ ଚରାଇ ସାରି ଏକ ଶାଳବଣି ଠାରେ ଠିଆ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ୧୩ ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ବଜ୍ରପାତରେ ପଟ୍ଟାମୁଣ୍ଡର ଭାସ୍କର ପ୍ରଧାନଙ୍କ ଗୋଟିଏ ଗାଈ, ଦିନବନ୍ଧୁ ନାୟକଙ୍କ ଦୁଇଟି ବଳଦ, କାନ୍ଦ୍ରା ବେହେରାଙ୍କ ଗୋଟିଏ ବଳଦ, ବିଦେଶୀ ପେଣ୍ଠୋଇଙ୍କ ଗୋଟିଏ ବଳଦ, ଲୋଚନ ପ୍ରଧାନଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ, ବଣୁଆ ଦେହୁରୀଙ୍କ ଦୁଇଟି ଗାଈ ଓ ଗୋଟିଏ ବଳଦ, ମିଲୁ ମହାକୁଳଙ୍କ ଦୁଇଟି ଗାଈ,ବହୁ ମହାକୁଳଙ୍କର ଗୋଟିଏକୁ ମିଶାଇ ମୋଟ ସାତଟି ଗାଈ ଓ ଛଅଟି ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share

Leave a Reply