ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

You are currently viewing ମୋବାଇଲ ଚୋରକୁ  ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ଅନୁଗୁଳ: ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ। ଆଜି ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, କୋଶଳା ଗାଁର ଗୁରୁବାର ସାପ୍ତାହିକ ହାଟରୁ ଜଣେ ବ୍ୟକ୍ତି ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ଧରାପଡ଼ିଯାଇଥିଲା। ଲୋକେ ତାକୁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଛେଣ୍ଡିପଦା ଥାନାର ଜଣେ ହୋମଗାର୍ଡ ଉପସ୍ଥିତ ଥିଲେ ବି ସେ ଲୋକଙ୍କୁ ଆଇନକୁ ହାତକୁ ନେବାକୁ ଦେଇଥିଲେ।

ତେବେ କିଛି ଗଣମାଧ୍ୟମର ପ୍ରତିନିଧି ଏହି ଘଟଣାକୁ ଖବର କରିବାକୁ ପହଞ୍ଚିବାରୁ ଲୋକେ ତାଙ୍କୁ ବି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Share

Leave a Reply