ଅନୁଗୁଳ: ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ପାଉଡ଼ି ଭୂୟାଁମାନଙ୍କ ପାଇଁ ରାଜ୍ୟସରକାର ୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। କରୋନା ଯୋଗୁଁ ଗରିବ ଲୋକେ ଜୀବିକା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୁଧବାର ଏହି ଘୋଷଣା ସେମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। ପାଳଲହଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଗତକାଲି ଅପରାହ୍ନ ୫ଟାବେଳେ ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅଜିତ ପ୍ରଧାନ, ବିଡିଓ ସୁମନ ମିଞ୍ଜ, ପିବିଡିଏ(ପାଉଡ଼ି ଭୟାଁ ଉନ୍ନୟନ କର୍ତ୍ତୃପକ୍ଷ) ଅଧିକାରୀ ଅଚ୍ୟୁତାନନ୍ଦ ସିଂ ଏହାର ସହଯୋଗୀ ସଂସ୍ଥା ଓପିଲିପିର ମୁଖ୍ୟ ଭବାନୀ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ସୂଚନା ଦେଇଥିଲେ। ପିବିଡିଏ ଅଧୀନରେ ବ୍ଲକ୍ର ୮ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଗୁଡ଼ିକରେ ୧୮୪୨ଟି ପାଉଡ଼ି ଭୂୟାଁ ପରିବାର ବାସକରୁଛନ୍ତି। ପ୍ରତି ପରିବାର ୫ ହଜାର ଟଙ୍କା ସରକାରୀ ସହାୟତା ପାଇବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।
ପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା
- Post published:July 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
