ନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

You are currently viewing ନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମରେ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ବାଳଙ୍କ ନାବାଳକ ପୁଅ ସଞ୍ଜୀବ (୧୩ ) କୁ ସେହି ଗ୍ରାମର ମଙ୍ଗଳାକୋଠି କରିଥିବା ଗୀତାଞ୍ଜଳି ବାଘ ଓ ତା’ର ସହଯୋଗୀ ୩ ପୁଅ ବଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସର ଗାଡ଼ି ପୋଡ଼ିଦେଇଥିଲେ। ଏହି ମାମଲାରେ ପୋଲିସ ୩୬୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ନାବାଳକ ସଞ୍ଜୀବ ନିଖୋଜ ଘଟଣାକୁ ନେଇ ୨୩ରେ ମା’ ବାସନ୍ତୀ ଥାନାରେ ଅଭିଯୋଗ କରିଥିଲେ। ୨୮ ତାରିଖରେ ସଞ୍ଜୀବର ମୃତଦେହ ଜଙ୍ଗଲରୁ ମିଳିବା ପରେ ୬୨ ନମ୍ବର ରାଜ୍ୟ ରାଜପଥର ବାରେଣୀ ଛକ ନିକଟରେ ଶତାଧିକ ପୁରୁଷ-ମହିଳା ୮ ଘଣ୍ଟା ରାସ୍ତାରୋକ କରିଥିଲେ। ଗ୍ରାମବାସୀଙ୍କ ମଧ୍ୟରୁ କେହି କିଆକଟା ଥାନା ଗାଡିକୁ ନିଆଁ ଲଗାଇଦେଇଥିଲା। ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡ଼ିଯାଇଥିଲା। ଡ୍ରାଇଭର ହୋମଗାର୍ଡ ନରେନ୍ଦ୍ର କୁମାର ଦେହୁରୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଥିବା ଜଣାଯାଇଛି।

Share

Leave a Reply