ଅନୁଗୁଳ: ଦୀପାବଳି ବଜାରରେ କେବଳ ସୁନାଗହଣା ଓ ଇଲୋଟ୍ରୋନିକ୍ସ ସାମଗ୍ରୀର ଯେ ବେପାର ବଢିଛି ତାହା ନୁହେଁ ଘର ସାଜସଜା ଏବଂ ଦୀପ ଜାଳିବାପାଇଁ ଟେରାକୋଟା ସାମଗ୍ରୀର ଆଦର ମଧ୍ୟ ବଢିଛି।ଅନୁଗୁଳ ବସ ଷ୍ଟାଣ୍ଡରେ ଜରଡା ପାରିପରା ଗାଁର ମହିମା ଟେରାକୋଟା ଗ୍ରୁପ ପକ୍ଷରୁ ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିବା ଏବଂ ସେଠାରେ ଗ୍ରାହକଙ୍କ ବେଶ ଭିଡ ଲକ୍ଷ କରିଥିଲୁ। ୩୨ଜଣିଆ ଗ୍ରୁପ ଓରମାସର ସହାୟତାରେ ଏସବୁ ସାମଗ୍ରୀ ତିଆରି କରୁଥିବା ଉଦ୍ୟୋଗ ମିତ୍ର ଶୁଭଲଷ୍ମୀ ମୁଦୁଲି ପ୍ରକାଶ କରିଥିଲେ।ଏଥି ସହିତ ଅନୁଗୁଳ ବଜାରରେ ମେସିନ ତିଆରି ରଙ୍ଗୀନ ଦୀପ ,କଳସ,ଫୁଲଦାନୀ,ଧୂପଦାନୀ ଆଦି ଅଧିକ ସଂଖ୍ୟାରେ ଲୋକେ କିଣୁଛନ୍ତି ।
ଦୀପାବଳିରେ ଟେରାକୋଟା ସାମଗ୍ରୀର ଆଦର ବଢିଛି
- Post published:November 4, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul