୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ

0

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ପକ୍ଷରୁ ଗଣଧାରଣା ଦିଆଯାଇଛି।

ସୂଚନା ଅନୁଯାୟୀ, ୮ ଦଫା ଦାବି ନେଇ ୭ଟି ବ୍ଲକର ଅଙ୍ଗନବାଡି କର୍ମୀ ଓ ସହାୟକ ମାନେ ଆଜି ସ୍ଥାନୀୟ ଷ୍ଟାଡିୟମ୍ ଠାରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସେମାନେ ଗଣଧାରଣା ଦେବା ସହ ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ରାଜ୍ୟ ସମ୍ପାଦିକା କହିଛନ୍ତି।

Leave A Reply

Your email address will not be published.

error: Content is protected !!