ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

You are currently viewing ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ରାଗି ଯାଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି । ପାଳଲହଡ଼ା ବ୍ଲକ ଖମାର ଥାନା ଇଲାକା ଜେନାପଡ଼ା ଗ୍ରାମରେ ଆଲୋଡ଼ନ ଖେଳାଇ ଦେଇଛି। ଗୁରୁତର ଦମ୍ପତି ହେଲେ ଗ୍ରାମର ଧିରେନ୍ ବେହେରା (୨୯) ଓ ତାଙ୍କ ପତ୍ନୀ ରଜନୀ ବେହେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଧିରେନ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ହେଲା କୌଣସି କାରଣରୁ ଝଗଡ଼ା ଲାଗି ରହିଥିଲା। ମାତ୍ର ରବିବାର ଅପରାହ୍ନରେ ବଚସା ଉଗ୍ର ରୂପ ନେଇଥିଲା। କ୍ରୋଧାନ୍ବିତ ହୋଇ ରଜନୀ ପ୍ରଥମେ ନିଜଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଧିରେନ୍ ମଧ୍ୟ ପୋଡ଼ି ହୋଇଯାଇଥିଲେ। ପରିବାର ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଖମାର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Share

Leave a Reply