ଅନୁଗୁଳ: ଅନୁଗୁଳ ଜିଲ୍ଲା ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାରକରି ଲାଞ୍ଚ ନେଇଥିବା ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, କିଆକଟାର ପୂର୍ବତନ ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ରେଢାଖୋଲ ଥାନା କଦଳୀଗଡ଼ର ପିଙ୍କୁ ରଞ୍ଜନ ବେହେରାଙ୍କଠାରୁ ଜମିର ପଟ୍ଟା କରାଇଦେବା ପାଇଁ ୨୦୧୫ ମସିହା ଜୁନ୍ ମାସରେ ୪ ହଜାର ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏଥିନେଇ ପିଙ୍କୁ ଭିଜିଲାନ୍ସର ଦ୍ବାରସ୍ଥ ହେବା ପରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଶୁଭଶ୍ରୀ। ଏହି ମାମଲାର ବିଚାର ଅନୁଗୁଳ ଭିଜିଲାନ୍ସ କୋର୍ଟର ବିଚାରପତି ଦିଗାମ୍ବର ପୃଷ୍ଟି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି ଶୁଭଶ୍ରୀଙ୍କୁ ୪ ବର୍ଷ ଜେଲ ଦଣ୍ଡସହ ୭ ହଜାର ଟଙ୍କା ଜୋରିମାନା ଦେବେ। ଜୋରିମାନା ଅନାଦେୟ ହେଲେ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଉଦୟ ଶଙ୍କର ମିଶ୍ର ପରିଚାଳନା କରିଥିଲେ।
ଲାଞ୍ଚୁଆ ଆରଆଇଙ୍କୁ ୪ ବର୍ଷ ଜେଲ୍
- Post published:May 10, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ବିଶ୍ଵ ଜୈବ ବିବିଧତା ଦିବସ: ଧ୍ଵଂସ ମୁଖରେ ଜିଲ୍ଲାର ଜୈବ ବିବିଧତା: ଖଣି ନିଆଁରେ ହଜିଯିବ ସବୁଜିମା
ଏମିତି ସାରଙ୍କୁ ଦରକାର ପାହାର ! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଭାଇରାଲ କଲେ ଫଟୋ, ବନ୍ଧା ହେଲେ ଟିଉସନ ସାର


