ସମ୍ପୂର୍ଣ୍ଣ କାମ ନ ସରୁଣୁ ଭାଙ୍ଗିଗଲାଣି ରାସ୍ତା, କେଉଁଠି ପିଚୁ ଉଠିଗଲାଣି ତ ଆଉ କେଉଁଠି ଦବିଗଲାଣି କଂକ୍ରିଟ

0

ଅନୁଗୁଳ: ନିମ୍ନମାନର ରାସ୍ତା କାମ ହୋଇଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ। ଲୋକଙ୍କ ଅଭିଯୋଗ ମୁତାବକ, ବହୁ ଦାବି ପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୪ କୋଟି ଟଙ୍କା ବିନିମୟରେ ତାଳଚେର ବ୍ଲକ ବେଲପଡ଼ା ଠାରୁ ବନ୍ତୋଳ ପର୍ଯ୍ୟନ୍ତ ଦୀର୍ଘ ୧୩କିମି ରାସ୍ତା କାର୍ଯ୍ୟ କାମ ଚାଲିଛି। କିନ୍ତୁ ଏହି ରାସ୍ତା କାମ ଅଧା ଥିବା ବେଳେ ବିଭିନ୍ନ ସ୍ଥାନରେ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି।

ସୂଚନା ମୁତାବକ, ଗୋଡ଼ିବନ୍ଧ ଠାରୁ ବହ୍ଲର ପର୍ଯ୍ୟନ୍ତ ଜାତୀୟ ରାଜପଥ ଅଣଓସାରିଆ ହେବା ସହିତ ଏଠାରେ ଦୈନନ୍ଦିନ ହଜାର ହଜାର ସଂଖ୍ୟକ କୋଇଲା ପାଉଁଶ ବୋଝେଇ ଟ୍ରକ ଯାତାୟାତ କରୁଛି। ଫଳରେ ରାସ୍ତା ଗମନାଗମନ ପାଇଁ ଅନୁପଯୋଗୀ ହୋଇପଡ଼ିଛି। ଏହି ରାସ୍ତା ଉପରେ ପ୍ରାୟ ୧୦ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ମାତ୍ର ରାସ୍ତା କାମ ଏତେ ନିମ୍ନମାନର ହୋଇଛି ଯେ ଲୋକେ ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଏପରି ଦୁର୍ଦ୍ଦଶା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

error: Content is protected !!