ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ନିୟମ, ଦ୍ବାଦଶ ପାସ୍ ନ କଲେ କରିପାରିବେନି ଚାକିରି

You are currently viewing ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ନିୟମ, ଦ୍ବାଦଶ ପାସ୍ ନ କଲେ କରିପାରିବେନି ଚାକିରି

ଭୁବନେଶ୍ୱର: ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବେନି ଏହି ଚାକିରି। ଏନେଇ ଥିବା ନିୟମକୁ ସରକାର ଏବେ ବଦଳାଇଛନ୍ତି। ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି ନିୟମ ବଦଳିଛି। ସକ୍ଷମ ଅଙ୍ଗନବାଡି କାର୍ଯ୍ୟକାରୀ ପାଇଁ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡରେ ସରକାର ପରିବର୍ତ୍ତନ ଆଣିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ନୂଆ ନିୟମ ଅନୁସାରେ, ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୮ରୁ ୩୫ ବର୍ଷ ରହିଛି। ସେହିପରି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ହେବେ।

ପ୍ରକାଶ ଯେ ପୂର୍ବରୁ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ଥିଲା। ସେହିପରି ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିପାରୁଥିଲେ।

Share

Leave a Reply