ଅନୁଗୁଳ : ରାମ ନବମୀ ଅର୍ଥାତ୍ ଏପ୍ରିଲ ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ଏହି ଏକ୍ସପ୍ରେସକୁ ପୁଣି ଥରେ ଚଳାଚଳ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ରେଳ ବିଭାଗ ପକ୍ଷରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ର ରୁଟ୍ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଏହି ଟ୍ରେନ ସମ୍ବଲପୁରରୁ ପ୍ରତିଦିନ ସକାଳ ୬ ଟାରେ ବାହାରି ଅପରାହ୍ନ ୧୨.୫୦ ରେ ପୁରୀରେ ପହଞ୍ଚିବ। ଫେରିବା ବେଳେ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (18404) ପୁରୀରୁ ପ୍ରତି ଦିନ ଅପରାହ୍ନ ୩.୪୫ ରେ ଛାଡିବ ଓ ରାତି ୧୦.୨୦ରେ ସମ୍ବଲପୁରରେ ପହଞ୍ଚିବ।
ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମାଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହିବ।