ଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

You are currently viewing ଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଳଲହଡ଼ା: ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ମଧ୍ୟ ବସିଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଠିକ ସମୟରେ ଆସୁନାହାନ୍ତି। ମଧ୍ୟାହ୍ନ ଭୋଜନ ଅତ୍ୟନ୍ତ ନିମ୍ନମାନର ପ୍ରଦାନ କରାଯାଉଛି। ସ୍କୁଲରେ ଠିକ ଭାବେ ପିଲାଙ୍କୁ ପଢ଼ାଯାଉନାହିଁ।

ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ନିକଟରେ ଦାବି କଲେ ବି କେହି ଶୁଣୁନାହାନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହାସନା ହାଇବ୍ରୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉଷାରାଣୀ ନାୟକ, କୈଳାଶ ନାଏକ, କର୍ଣ୍ଣ କୁମାର ନାଏକ ଓ ସନାତନ କିସାନ ଦୀର୍ଘ ବର୍ଷ ଧରି ଏଠାରେ କାର୍ଯ୍ୟରତ ଥିବାରୁ ମନଇଚ୍ଛା କାମ କରୁଛନ୍ତି।

ଗ୍ରାମବାସୀ ଏବଂ ପରିଚାଳନା ସମିତିର ସଦସ୍ୟମାନେ ଗତ ୧୫ ଦିନ ତଳେ ପାଲଲହଡ଼ା ଉପଖଣ୍ଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବିଦ୍ୟାଳୟ ର ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ଏବଂ ସମସ୍ୟାର ସମାଧାନ ନହେଲେ ବିଦ୍ୟାଳୟକୁ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଥିଲେ। ମାତ୍ର ୧୫ ଦିନ ଅତିକ୍ରମ କରିଥିଲେ ମଧ୍ଯ ସମସ୍ୟା ପ୍ରତି ପ୍ରଶାସନ କର୍ଣ୍ଣପାତ କରିନଥିବାରୁ ଗ୍ରାମବାସୀ, ପରିଚାଳନା ସମିତି ଏବଂ ଛାତ୍ରଛାତ୍ରୀ ମାନେ ଗୁରୁବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଯେବେ ଯାଏଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇନି, ସେବେ ଯାଏଁ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।

Share

Leave a Reply