ସମାଜସେବୀଙ୍କ ପାଇଁ ନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

You are currently viewing ସମାଜସେବୀଙ୍କ ପାଇଁ ନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

ଅନୁଗୁଳ: ମାନସିକ ବିକୃତ ହୋଇ କଟକ ଓଡ଼ିଆ ବଜାରରୁ ନୀରୁଦ୍ଦିଷ୍ଟ ହୋଇଥିବା ଜଣେ ମୁସଲିମ ମହିଳାଙ୍କୁ ତାର ପରିବାର ଲୋକ ଫେରି ପାଇଛନ୍ତି। ଗତ ୧୬ ତାରିଖରେ ଅନୁଗୁଳ କରଡ଼ାଗାଡ଼ିଆ ତେଲ ଟାଙ୍କି ନିକଟରେ ଜଣେ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି ଅନୁଗୁଳ ଶିରିଡ଼ି ସାଇ ଆତ୍ମା ଦର୍ଶନ ଚ୍ୟାରିଟେବଲ୍ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଅଜୟ ତ୍ରିପାଠୀ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହଯୋଗରେ ମେଡିକ୍ସ ସଂସ୍ଥାରେ ରଖାଇଥିଲେ। ବହୁତ୍ ପଚରା ଉଚରା ପରେ ତାଙ୍କ ଘର କଟକ ଓଡ଼ିଆ ବଜାର ଏବଂ ତାଙ୍କ ନାମ ରେହମାତୁନ ବିବି ବୋଲି କହିଥିଲେ। ଶ୍ରୀ ତ୍ରିପାଠୀ କଟକ ଯୋଗାଯୋଗ କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସୋମବାର ମହିଳାଙ୍କ ପୁଅ ତାଉସିଫ ମିର୍ଜା ଏବଂ ତାଙ୍କ ଭାଇ ଅନୁଗୁଳରେ ପହଞ୍ଚି ନିଜ ମା’ଙ୍କୁ ଘରକୁ ନେଇଥିଲେ। ଦୀର୍ଘ ୬ ମାସ ପରେ ମା’ ପୁଅଙ୍କ ମିଳନ ହୋଇଥିଲା। ଶ୍ରୀ ତ୍ରିପାଠୀଙ୍କ ଏ ସାଧୁ ଉଦ୍ୟମ ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Share

Leave a Reply