ଆସୁଛି ବାତ୍ୟା ଅସାନୀ: ୧୦ରେ ବଡ଼ ଧରଣର ବର୍ଷା, ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ

You are currently viewing ଆସୁଛି ବାତ୍ୟା ଅସାନୀ: ୧୦ରେ ବଡ଼ ଧରଣର ବର୍ଷା, ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅସାନୀ ଯୋଗୁ ଅଶାନ୍ତ ହେଉଛି ବଙ୍ଗୋପସାଗର। ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌ ଅସାନୀ। ଏହା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଧିକ ଅଶାନ୍ତ ରହିବ। ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ। ପବନ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ବେଗରେ ବହିପାରେ। ୧୦ ତାରିଖରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ବାତ୍ୟାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ବିଭାଗ ପ୍ରାଥମିକ ଆକଳନ କରିଛି। ଏଣୁ ୯ ଓ ୧୦ ତାରିଖ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥି ସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର ଫେରି ଆସିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Share

Leave a Reply