ନୂଆ ବସ୍ ଷ୍ଟାଣ୍ଡରେ ମଦୁଆଙ୍କ ଉତ୍ପାତ ଫାଣ୍ଡି ପାଇଁ ଦାବି

You are currently viewing ନୂଆ ବସ୍ ଷ୍ଟାଣ୍ଡରେ ମଦୁଆଙ୍କ ଉତ୍ପାତ ଫାଣ୍ଡି ପାଇଁ ଦାବି

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଛି। ରାତିରେ କିଛି ଅସାମାଜିକ ବ୍ୟକ୍ତି ମଦ ପିଇ ଯାତ୍ରୀ ମାନଙ୍କୁ ଗାଳି ଗୁଲଜ କରିବା ସହ ଟଙ୍କା,ପର୍ଶ,ମୋବାଇଲ ଆଦି ଛଡାଇ ନେଉଛନ୍ତି। ବିଳମ୍ବିତ ରାତିରେ କିଛି ବ୍ୟକ୍ତି ମଦ ପିଇ ଶୋଇ ଥିବା ଯାତ୍ରୀଙ୍କୁ ଉଠାଇ ବାଡିଆ ବାଡ଼ି ଏବଂ ଗାଳି ଗୁଲଜ କରୁଛନ୍ତି। ମଦୁଆଙ୍କ ଉତ୍ପାତରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏପର୍ଯ୍ୟନ୍ତ ସେଠାରେ ଫାଣ୍ଡିଟିଏ ନାହିଁ।

ତେଣୁ ଆଜି ଜିଳବସ ମାଲିକ୍ନସଂଘର କର୍ମକର୍ତ୍ତା ପୁରୁଣା ଷ୍ଟାଣ୍ଡରେ ଥିବା ଫାଣ୍ଡିକୁ ନୂଆ ବସ୍ ଷ୍ଟାଣ୍ଡକୁ ସ୍ଥାନାନ୍ତର କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Share

Leave a Reply