ମେଡିକାଲ୍ କଲେଜ୍ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କ ଗିରଫକୁ ପ୍ରତିବାଦ: ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ

You are currently viewing ମେଡିକାଲ୍ କଲେଜ୍ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କ ଗିରଫକୁ ପ୍ରତିବାଦ: ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ନେଇ ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟି ତରଫରୁ ହୋଇଥିବା ବନ୍ଦ ଡାକରା ବେଳେ ପୋଲିସ ଆନ୍ଦୋଳନକାରୀକୁ ଗିରଫ କରିଛି। ଏହାକୁ ବିରୋଧ କରି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟରଙ୍କୁ ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ମିଛ ଦଫା ଲଗାଇ ସେମାନଙ୍କୁ ଗିରଫ କରାଯାଇଛି। ଏଣୁ ତୁରନ୍ତ ସେମାନଙ୍କୁ ଖଲାସ କରାଯାଉ ବୋଲି ସଂଘ ଦାବି କରିଛି। ନଚେତ ବାଧ୍ୟ ହୋଇ ସେମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ବୁଧବାର ଏହି ଦାବି ପତ୍ର ପ୍ରଦାନ ବେଳେ ତୁଷାର କୁମାର ସାହୁ, ଆଶିଷ ନାଏକ, ନିରଂଜନ ସାହୁ, ଚନ୍ଦନ ବିଶ୍ୱାଳ, ମହେଶ୍ୱର ବାରିକ, ଧନେଶ୍ୱର ନାଏକଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply