ନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

You are currently viewing ନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

ଅନୁଗୁଳ: ନାଲ୍‌କୋକୁ ଗୁରୁବାର ଅପରାହ୍ନରେ ଉତ୍କଳ-ଡି କୋଇଲା ବ୍ଲକର ଖଣି ପଟ୍ଟା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସାଇଁ ଓ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କ୍ରୀଷ୍ଣା ପଟେଲଙ୍କ ମଧ୍ୟରେ ନାଲକୋକୁ ଅନୁମୋଦିତ ହୋଇଥିବା ୩୦୧.୨୮୦ ହେକ୍ଟର ପରିମିତ ଉତ୍କଳ-ଡି କୋଲ ବ୍ଲକ୍‌ର ଖଣିପଟ୍ଟା ୩୦ ବର୍ଷ ଅବଧି ପାଇଁ ସମ୍ପାଦିତ ହୋଇଛି । ଏହି କୋଇଲା ଖଣିଟି ଛେଣ୍ଡିପଦା ତହସିଲ ଅନ୍ତର୍ଗତ କୋଶଳା, ଶିମିଳିସାହି, ନାଣ୍ଡିଛୋଡ଼ ଓ ରାଇଝରଣ ଗ୍ରାମରେ ପରିବ୍ୟାପ୍ତ । ଏହି କୋଇଲା ଖଣିରୁ ବାର୍ଷିକ ୨ ନିୟୁତ ଟନ୍‌ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରୁ ଉତ୍ପାଦିତ ସମସ୍ତ କୋଇଲା ଅନୁଗୁଳ ନାଲକୋର ନିଜସ୍ଵ ତାପଜ ବିଦ୍ୟୁତ କେନ୍ଦ୍ରରେ ବ୍ୟବହୃତ ହେବ ବୋଲି ଖଣିପଟ୍ଟା ଦସ୍ତାବିଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି । ଏହି ଖଣିପଟ୍ଟା ସମ୍ପାଦନ ସମୟରେ ନାଲକୋର ମହାପ୍ରବନ୍ଧକ କାଳୀକିଂକର ପଣ୍ଡା, ତାଳଚେର ଖଣି ମଣ୍ଡଳର ଖଣି ଉପନିର୍ଦ୍ଦେଶକ ବିଷ୍ଣୁପଦ ରାଉତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply