ଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

You are currently viewing ଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

ଅନୁଗୁଳ : ତାଳଚେରରୁ ଟ୍ରକ୍ ପରିବର୍ତ୍ତେ ଟ୍ରେନ୍ ଯୋଗେ କୋଇଲା ପରିବହନ କୁ ବିରୋଧ କରିଛି ଟ୍ରକ୍ ମାଲିକ ସଂଘ। ସୋମବାର ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆ ଯାଇଛି।
କୋଇଲା ଖଣି ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ପରିବହନ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୨୦ ହଜାର ଲୋକଙ୍କ ଜୀବିକା ଏହା ଉପରେ ନିର୍ଭର କରେ । ତେବେ ବର୍ତ୍ତମାନ କେନ୍ଦ୍ର କୋଇଲା ମନ୍ତ୍ରାଳୟର ନୂଆ ନିୟମ ଯୋଗୁଁ ଏମାନଙ୍କ ଜୀବନଜୀବିକା ବୁଡିବାକୁ ବସିଛି। ତାଳଚେର ଖଣି ଅଞ୍ଚଳରୁ ଏବେ ଟ୍ରକ ବଦଳରେ ଟ୍ରେନ ଯୋଗେ କୋଇଲା ପରିବହନ କରାଯାଉଛି । ପୂର୍ବରୁ ଟ୍ରେନରେ ୬୦ ପ୍ରତିଶତ ଓ ଟ୍ରକରେ ୪୦ ପ୍ରତିଶତ କୋଇଲା ପରିବହନ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ କିନ୍ତୁ କୋଭିଡ କଟକଣା ପରଠାରୁ ଟ୍ରେନରେ କୋଇଲା ପରିବହନ ହେଉଛି। ଯାହାଦ୍ୱାରା ଟ୍ରକ ଯୋଗେ କୋଇଲା ପରିବହନ ହୋଇପାରୁନାହିଁ । ଏହାକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ଟ୍ରକ୍ ମାଲିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟ୍ରକ ଯୋଗେ କୋଇଲା ପରିବହନ ପାଇଁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଜାନୁଆରୀ ୧୧ ତାରିଖଠାରୁ ରେଳ ରୋକ କରି କୋଇଲା ପରିବହନ ସମ୍ପୂର୍ଣ ବନ୍ଦ କରିବା ପାଇଁ ସଙ୍ଘ ଚେତାବନୀ ଦେଇଛି ।

Share

Leave a Reply