ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଜେଏସପିଏଲ ପକ୍ଷରୁ ସ୍ଥାପିତ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପରିସରରେ ଥିବା ଟିଏମ୍ଟି ରିବାର ମିଲ୍କୁ ଗୁରୁବାର ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ।ଏହି ସମାରୋହରେ ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦେଶକ ଭି ଆର ଶର୍ମା ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡି କେ ସରାଓଗୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସିଂଙ୍କୁ ପ୍ଲାଣ୍ଟର ବିଭିନ୍ନ ବିଭାଗ ବୁଲି ଦେଖାଇ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ପୃଥିବୀର ପ୍ରଥମ କୋଲ ଗ୍ୟାସିସିଫିକେସନ ପ୍ଲାଣ୍ଟ ବୁଲି କୋକିଙ୍ଗ କୋଇଲାରୁ କିଭଳି ବିଦ୍ୟୁତ ଉତ୍ପାଦନ ହୁଏ ତାହା ପଚାରି ବୁଝିଥିଲେ। କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ସହ ଆସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଦଳର ସଦସ୍ୟ ଭାରତର ସର୍ବବୃହତ ବ୍ଲାଷ୍ଟ ଫରଣେଶ ଓ ପ୍ଲେଟ ମିଲ ଦେଖି ଉଚ୍ଚ ପ୍ରଶଂସା କରିଥିଲେ। କମ୍ପାନି ଅଧ୍ୟକ୍ଷ ଶ୍ରୀ ଜିନ୍ଦଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ ଶିଳ୍ପର ଅଭି ବୃଦ୍ଧି ନେଇ ଥିବା ଆଭିମୁଖ୍ୟର ଉଚ୍ଚ ପ୍ରଶଂସା କରିବା ସହ ଟିଏମ୍ଟି ମିଲ୍ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଅନୁଗୁଳ ପ୍ଲାଣ୍ଟର ବାର୍ଷିକ ଇସ୍ପାତ ଉତ୍ପାଦନ କ୍ଷମତା ୬ ନିୟୁତ ଟନ ରୁ ୨୫.୨ ନିୟୁତ ଟନ କୁ ବୃଦ୍ଧି କରାଯାଇ ପାରିବ। ଶେଷରେ କାର୍ଯ୍ୟନିର୍ବାହୀ ଡି କେ ସରାଓଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜେଏସ୍ପିଏଲ୍ ଟିଏମ୍ଟି ରିବାର ମିଲ୍କୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ
- Post published:April 29, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
