ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସୋମବାର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଠାରେ ଘେରି ଅଭିଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏହି ବିଦ୍ୟାଳୟକୁ ସ୍କାର୍ଟ ସ୍କୁଲ ଯୋଜନାରେ ସରକାର ସାମିଲ କରିଛନ୍ତି। ଫଳରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ନିର୍ମାଣ ହେଉଥିବା ଘର ଛାତରୁ ପାଣି ଗଳୁଥିବା ଗ୍ରାମବାସୀ ଜାଣିଥିଲେ। ତେବେ ଏହି ସବୁ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ବିଦ୍ୟାଳୟକୁ ବିଭାଗୀୟ ଯନ୍ତ୍ରୀ ଆସିଥିବାବେଳେ ଗ୍ରାମବାସୀ ତାଙ୍କୁ ଘେରି ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଅଡି ବସିଥିଲେ। ସେହିଭଳି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ୩ ଘଣ୍ଟା ଘେରି ରହିଥିଲେ । ଖବର ପାଇ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଗ୍ରାମବାସୀଙ୍କୁ ଲିଖତ ଅଭିଯୋଗ କରିବା ପାଇଁ କହିଥିଲେ। ପରେ ଗ୍ରାମବାସୀ ତାଙ୍କ ଜିଦରୁ ଓହରିଥିଲେ।
ନିମ୍ନମାନର କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ
- Post published:November 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
