ଅନୁଗୁଳ: ମାଲିକ ବିଶ୍ବାସରେ ବିଷ। ମାଲିକ ଘରକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ରାତ୍ର ଜଗୁଆଳି ନିଜେ ଚୋରି କରି କଳାକନା ବୁଲାଇଲା। ଅନୁଗୁଳ ସହରରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମାଲିକଙ୍କ ଘରୁ ମୂଲ୍ୟବାନ୍ ବେଡ୍, ଚେୟାର୍, ଫ୍ୟାନ୍ ଆଦି ଚୋରି କରି ଚମ୍ପଟ ମାରିଛି। ଅନୁଗୁଳ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍ଭିନ୍ ଚଳାଇଛି। ସୂଚନା ମୁତାବକ, ଅନୁଗୁଳ ବଜାରରେ ପ୍ରତିଷ୍ଠିତ ବ୍ୟବସାୟୀ ଅଶୋକ କୁମାର ମୋଦିଙ୍କ ଏକ ଘର ଗାନ୍ଧିମାର୍ଗ ନାଖରା ସାହିରେ ରହିଛି। ଏହି ଘରେ ରାତ୍ରି ଜଗୁଆଳି ଭାବେ ସେ ଶିମିଳିପଡ଼ାର ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିଥିଲେ। ନାରାୟଣ ସେହି ଘରେ ସପରିବାର ରହୁଥିଲେ। ତେବେ ୩ ତାରିଖ ଦିନ ନାରାୟଣ ସେହି ଘରୁ ବେଡ୍, ଚେୟାର୍, ଫ୍ୟାନ୍ ସହିତ ମୂଲ୍ୟବାନ୍ ସାମଗ୍ରୀ ଧରି ଚମ୍ପଟ ମାରିଛନ୍ତି। ତାଙ୍କ ମୋବାଇଲ୍କୁ ବହୁ ଯୋଗାଯୋଗ ସହ ଖୋଜାଖୋଜି ପରେ ନାରାୟଣଙ୍କ ସନ୍ଧାନ ନ ପାଇବା ପରେ ଘର ମାଲିକ ଶ୍ରୀ ମୋଦି ଏ ନେଇ ଅନୁୁଗୁଳ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
କଳାକନା ବୁଲାଇଲା ରାତ୍ର ଜଗୁଆଳ
- Post published:January 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul