ବାଉଁଶ ଚାରା ରୋପଣରେ ଅନିୟମିତତା

ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନସ୍ ଟିମ୍

0

ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍‌ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ଭିଜିଲାନ୍ସର ୪ଟିମ୍‌ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍‌ ବଲଙ୍ଗ, ନୂଆଁଗାଁ ଅଞ୍ଚଳରେ ଚଢାଉ ଚାଳାଇଛି। ବାଉଁଶ ଗଛ ଲଗାଇବାରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବାଉଁଶ ଗଛ ଲଗାଇବାରେ କିଛି ଶ୍ରମିକ ସେମାନଙ୍କର ମଜୁରି ପାଇ ନ ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ଆସିଥିଲା । ଭିଜିଲାନ୍ସ ଏସ.ପି ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି । ଅନ୍ୟପଟେ ଚଢାଉ ନେଇ କୌଣସି ସୂଚନା ଦେବାକୁ ଭିଜିଲାନ୍ସ ଅଧିକାରୀ ମନା କରିଦେଇଛନ୍ତି।

Leave A Reply

Your email address will not be published.

error: Content is protected !!