ଘର କବାଟ ଭାଙ୍ଗି ଚୋରି

You are currently viewing ଘର କବାଟ ଭାଙ୍ଗି ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପେଟିଗାଡ଼ିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଗାଁର ଦିଲିପ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଆଲମାରୀରୁ ଗୋଟିଏ ସୁନା ଚେନ୍, କାନ ଫୁଲ ଗୋଟିଏ ସେଟ୍, ୨୦ ହଜାର ଟଙ୍କା ଚୋରି ହୋଇଛି। ସେହିଭଳି ପାଖରେ ଥିବା ସୂର୍ଯ୍ୟମଣି ପ୍ରଧାନଙ୍କ ଘର ଭାଙ୍ଗି ଚୋରି ଉଦ୍ୟମ ହୋଇଛି। ଏ ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply