ଅନୁଗୁଳ: ଚୋରଙ୍କ ଟାର୍ଗେଟ୍ରେ ସ୍କୁଲ । ଗୋଟିଏ ପରେ ଗୋଟିଏ ସ୍କୁଲରେ କଳାକନା ବୁଲାଉଛନ୍ତି। ଶୁକ୍ରବାର ରାତିରେ ବଅଁରପାଳ ବ୍ଳକର ତେଣ୍ଟୋଲୋଇ ଆଶ୍ରମ ସ୍କୁଲରୁ ଚୋରି ହୋଇଛି। ଦୁର୍ବୃତ୍ତ ବିଦ୍ୟାଳୟରେ ଥିବା ୪ଟି ସୋଲାର୍ ଲାଇଟ୍ର ବ୍ୟାଟେରୀ ଲୁଟି ନେଇଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି । ପ୍ରକାଶ ଯେ, ଗତ ମାସକ ମଧ୍ୟରେ ଜିଲ୍ଲାର ବଲାସିଂହା ହାଇସ୍କୁଲ, ମାଟିଆସାହି ପ୍ରାଥମିକ ବିଦ୍ୟାଳୟ, ବାରଗୌଣିଆ ନୋଡାଲ ଉପ୍ରା ବିଦ୍ୟାଳୟ, ପରାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ, ବିକ୍ରମପୁର ଥାନା ଇଲାକା ଭଞ୍ଜ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି।
ଆଶ୍ରମ ସ୍କୁଲରୁ ଚୋରି
- Post published:August 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
