ରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

You are currently viewing ରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ା ତୃତୀୟ ଗଳିରେ ଥିବା ପ୍ରେମଲତା କ୍ଲିନିକ୍‌ରୁ ଶନିବାର ରାତିରେ ଚୋରି ହୋଇଛି। ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଦୁର୍ବୃତ୍ତ କ୍ଲିନିକ୍‌ର ସ୍କାଏ ଲାଇଟ୍‌ ଭାଙ୍ଗି ଭିତରେ ପଶି କ୍ୟାସ କାଉଣ୍ଟରରେ ଥିବା ପ୍ରାୟ ୧୦ ହଜାର ଟଙ୍କା ଓ କିଛି ଔଷଧ ନେଇଯାଇଛି।

ଚୋର ପାଖରେ ଥିବା ଆଉ ଦୁଇଟି ଦୋକାନରୁ ଚୋରି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ନେଇ ପାରି ନାହାନ୍ତି। ଦୁର୍ବୃତ୍ତ ତୁଳସୀ ପାଥୋଲାବ ଓ ଅନ୍ୟ ଏକ ଭେରାଇଟି ଷ୍ଟୋରରେ ତାଲା ଭାଙ୍ଗି ପଶିଥିବା ସିସିଟିଭିରୁ ଦେଖିବାକୁ ମିଳିଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।

Share

Leave a Reply