ଇଲେକ୍ଟ୍ରିକ ଅଫିସରୁ ଚୋରି, ଲକ୍ଷାଧିକ ଟଙ୍କାର ତାର ନେଇଯାଇଛନ୍ତି ଦୁର୍ବୃତ୍ତ

You are currently viewing ଇଲେକ୍ଟ୍ରିକ ଅଫିସରୁ ଚୋରି, ଲକ୍ଷାଧିକ ଟଙ୍କାର ତାର ନେଇଯାଇଛନ୍ତି ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା ବିଦ୍ୟୁତ କାର୍ଯ୍ୟାଳୟରୁ ସୋମବାର ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ଅଫିସରେ ନ ଥିବା ବେଳେ କିଛି ଯୁବକ ପଶି ଆଲୁମିନିୟମ ତାର ଚୋରି କରି ନେଇ ଯାଇଛନ୍ତି । ଲକ୍ଷାଧିକ ଟଙ୍କାର ତାର ଚୋରି ହୋଇଥିବା ବେଳେ କିଛି ତାର ନିକଟରେ ଥିବା ବିଦ୍ୟାଳୟ ପଛରେ ଥିବା ଲଟି ବୁଦାରେ ପକାଇ ଦେଇଥିବା ଜଣାପଡ଼ିଛି। ଏ ନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ବାରିକ ବଇଣ୍ଡା ଫାଣ୍ଡିରେ ମଙ୍ଗଳବାର ଦିନ ଅଭିଯୋଗ କରିଛନ୍ତି।

Share

Leave a Reply