କ୍ୟାବିନ ତାଡ଼ି ଦୁଇଟି ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

You are currently viewing କ୍ୟାବିନ ତାଡ଼ି ଦୁଇଟି ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ଏକାଧିକ କ୍ୟାବିନ ତାଡ଼ି ଚୋରି କରିଥିବା ଚୋରକୁ ଧରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଆଠମଲ୍ଲିକ ଖଣ୍ଡହତା ଗାଁର ଡିଲ ଖାନ୍।

ସୂଚନା ମୁତାବକ, ଗତ ୧୧ ତାରିଖରେ ଆଠମଲ୍ଲିକ ଥାନା ଖଦାଳ ସାହିର କାଳିଆ ବେହେରାଙ୍କ ଭେଟନାରି ଛକରେ ଥିବା କ୍ୟାବିନ୍ ତାଡି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା। ସେହିଭଳି ମହେନ୍ଦ୍ର ହାଇସ୍କୁଲ ସାମନା ଦୋକାନରୁ କିଛି ଦିନ ତଳେ ସିଲିଣ୍ଡର, ଚୁଲା ଆଦି ଚୋରି ହୋଇଥିଲା। ଅଭିଯୋଗ ପରେ ଏଏସଆଇ ତଦନ୍ତ କରି ଡିଲ ଖାନଙ୍କୁ ଗିରଫ କରିଥିଲେ। ପଚରାଉଚରା ବେଳେ ସେ ସବୁ ସତ ମାନି ଯାଇଥିଲା। ତା ଠାରୁ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଥିଲା। ଆଜି ଡିଲକୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Share

Leave a Reply