ନିର୍ମାଣାଧୀନ ସଭାଘରୁ ଚୋରି

You are currently viewing ନିର୍ମାଣାଧୀନ ସଭାଘରୁ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍‌ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଏହି ଚୋରି ହୋଇଛି ଗତ ୧୨ ତାରିଖ ରାତିରେ। କୋଠାର ପଛପାର୍ଶ୍ବ ଗେଟ୍‌ ତାଲା ଭାଙ୍ଗି ଦୁବୃର୍ତ୍ତମାନେ ୩୨ଟି ସିଲି˚ ଫ୍ୟାନ୍‌, ୭ଟି ଵାଲ୍‌ ହ୍ୟାଙ୍ଗିଙ୍ଗ୍‌ ଫ୍ୟାନ୍‌, ୩ଟି ଷ୍ଟ୍ରିଟ୍‌ ଲାଇଟ୍‌ ଓ ୨ଟି ଷ୍ଟେଜ୍‌ ଏଲ୍‌ଇଡି ଲାଇଟ ସହ ୩୦ ଫୁଟର ଆର୍ଥି˚ କପର ଫ୍ଲାଟ୍‌ ଚୋରି କରି ନେଇଛନ୍ତି। ପରଦିନ ଠିକାଦାର ଏହା ଜାଣିବା ପରେ ନିଜ ସ୍ତରରେ ଅନୁସନ୍ଧାନ ଚଳାଇଥିଲେ। ତେବେ ନିରାଶ ହେବା ପରେ ଗତକାଲି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ନିର୍ମାଣାଧୀନ ସରକାରୀ କୋଠାରୁ ଚୋରି ହେବା ଅନୁଗୁଳ ପାଇଁ କିଛି ନୂଆକଥା ନୁହେଁ। କିଛି ବର୍ଷ ତଳେ ଅନୁଗୁଳ ସର୍କିଟ୍‌ ହାଉସ୍‌ ସାମ୍ନାରେ ‘କଳାକେନ୍ଦ୍ର’ କ୍ଷେତ୍ରରେ ବି ଏହା ଦେଖାଯାଇଥିଲା। ସେତେବେଳେ ସ˚ସ୍କୃତି ଭବନ ନାମରେ ସହରର ଏହି ବହୁ ପ୍ରତୀକ୍ଷିତ ସା˚ସ୍କୃତିକ ଭବନ ନିର୍ମାଣ ହୋଇଥିଲେ ହେଁ ଉଦ୍‌ଘାଟନ ପୂର୍ବରୁ ମୂଲ୍ୟବାନ୍‌ ଉପକରଣ, ପାଣିପମ୍ପ ଏପରିକି ଏସି ଷ୍ଟାବିଲାଇଜର ବି ଦୁର୍ବୃତ୍ତ ଉଠାଇନେଇଥିଲେ । ପ୍ରମୁଖ ସ୍ଥାନମାନଙ୍କରୁ ଏଭଳି ବିପୁଳ ପରିମାଣରେ ଉପକରଣ ଚୋରି କେବଳ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରିନି, ବର˚ ଏହି ଭବନ ସହ ସମ୍ପୃକ୍ତ ଅନେକଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି।

Share

Leave a Reply