ଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

You are currently viewing ଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଶିବ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡିକୁ କେହି ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ କେହି ଦୁର୍ବୃତ୍ତ ହୁଣ୍ଡିକୁ ଭାଙ୍ଗି ନେଇଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି।

ପୋଲିସ ସୂଚନା ମୁତାବକ, ସବୁ ଦିନ ଭଳି ରବିବାର ସନ୍ଧ୍ୟାରେ ମନ୍ଦିର ପୂଜାରୀ ଜିତୁ ମହାପାତ୍ର ସନ୍ଧ୍ୟା ଧୂପ ସାରି ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ। ସୋମବାର ସକାଳେ ଜିତୁ ପୂଜା କରିବା ପାଇଁ ମନ୍ଦିର ଖୋଲିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଭିତରକୁ ଯିବାରୁ ଦାନ ହୁଣ୍ଡିର ତାଲା ଭାଙ୍ଗିଥିବା ସହ ହୁଣ୍ଡି ଭିତରେ ଥିବା ଦାନ ଅର୍ଥ ନଥିବା ଦେଖିଥିଲେ। ଏ ନେଇ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ।
ମନ୍ଦିର ଦାନ ହୁଣ୍ଡି ୩ ମାସ ହେବ ଖୋଲା ହୋଇନଥିଲା। ତେବେ ଦାନ ଅର୍ଥ ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ଗୁରୁତ୍ବର ସହ ନେଇ ଛେଣ୍ଡିପଦା ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ମନ୍ଦିରକୁ ଯାଇ ଘଟଣାର ତଦନ୍ତ ଚଳାଇଛି।

Share

Leave a Reply