ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷରେ ଏଚ୍ଆଇଭି ପୀଡ଼ିତଙ୍କ ପାଇଁ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ କିଭଳି ସହାୟତା ଦିଆଯାଇପାରିବ ସେଥିନେଇ ଏକ ବୈଠକ ମଙ୍ଗଳବାର ଆୟୋଜିତ ହୋଇଥିଲା। ଅନୁଗୁଳ ସିଡିଏମ୍ଓ ଡା ତ୍ରିଲୋଚନ ପ୍ରଧାନ ଏହି ବୈଠକକୁ ଉଦ୍ଘାଟନ କରିଥିଲେ। ଏଚ୍ଆଇଭି ପୀଡ଼ିତଙ୍କ ସହାୟତା ପାଇଁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି ବୋଲି ସିଡିଏମ୍ଓ ଡା ପ୍ରଧାନ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଏଆର୍ଟି ଅଧିକାରୀ ଡା ଶାଶ୍ଵତ ସାଗର ମିଶ୍ର, ରାଜ୍ୟ ଗିପା ସଂଯୋଜକ ଅଜୟ ପାତ୍ର, ଟିଏସ୍ୟୁ ବିଶେଷଜ୍ଞ ରାକେଶ ମହତ୍ତୋ ଏବଂ ଡାପ୍ଶୁ ସଂଜୋଜିକା ଡା ପ୍ରମିଳା ହୋତା ଯୋଗ ଦେଇଥିଲେ। ଜିଲ୍ଲାରେ ଏଚ୍ଆଇଭି ପିଡିତଙ୍କୁ ମଧୁବାବୁ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ରାସନ୍ କାର୍ଡ ସହାୟତା କିଭଳି ଦେଇହବ ତା ଉପରେ ଆଲୋଚନା ହୋଇଥିଲା। ଏହାଛଡା ଏଚ୍ଆଇଭି ପୀଡ଼ିତା ବିଧବା ଏବଂ ଶିଶୁ ମାନଙ୍କୁ ଡିଏମ୍ଏଫ୍ ଫଣ୍ଡରୁ କିଭଳି ଆର୍ଥିକ ସହାୟତା ଦିଆଯିବ ସେଥିନେଇ ମଧ୍ୟ ଆଲୋଚନା ହୋଇଥିଲା।
ଏଚ୍ଆଇଭି ପୀଡ଼ିତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ
- Post published:February 15, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
